ଓଡ଼ିଶା

ସାମ୍ବାଦିକ କ୍ଷିତୀଶ ସାମନ୍ତଙ୍କୁ ଉତ୍କର୍ଷ ସମ୍ମାନ

ଭଦ୍ରକ,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍):୭୧ତମ ବିଶ୍ୱ ମାନବାଧିକାର ଦିବସରେ ରାଷ୍ଟ୍ରୀୟ ମାନବାଧିକାର ପରିଷଦ ତରଫରୁ କଟକର ଶୀତଳ ହୋଟେଲ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ବିଚାରପତି ପ୍ରଥମ ପଟ୍ଟନାୟକ, ସିକିମ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଏ.ଏସ.ନାଇଡୁ, ରାଷ୍ଟ୍ରୀୟ ଆବାହକ ସୁକାନ୍ତ ମହାନ୍ତି, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ଅରୂପାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଉକ୍ତ ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସାମ୍ବାଦିକ କ୍ଷିତିଶ ସାମନ୍ତ ବେହେରାଙ୍କୁ ସମାଜସେବୀ କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ରାଜ୍ୟ ଉତ୍କର୍ଷ ପୁରସ୍କାର ୨୦୧୯ରେ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ସାମନ୍ତ ବେହେରା ହେଉଛନ୍ତି ଆଗରପଡା ଥାନା ଅନ୍ତର୍ଗତ ଅଡିଆ ଗ୍ରାମର ସ୍ୱର୍ଗତ ଗିରିଧାରୀ ବେହେରାଙ୍କ ପୁଅ। ସେ ଛାତ୍ର ଜୀବନରୁ ରାଜନୀତି ଏବଂ ପରେ ବହୁ ବେସରକାରୀ ସଂସ୍ଥାରେ ଉଚ୍ଚ ପଦବୀରେ ରହି ନିଜର ପରିଚୟ ସୃଷ୍ଟି କରି ସର୍ବଶେଷରେ ଚାକିରିରୁ ସ୍ୱେଚ୍ଛାକୃତ ଅବସରନେଇ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ବର୍ତ୍ତମାନ ସେ ପେସାରେ ସାମ୍ବାଦିକ ସହିତ ରାଷ୍ଟ୍ରୀୟ ମାନବାଧିକାର ପରିଷଦର ରାଜ୍ୟ ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଛନ୍ତି।

Show More

Related Articles

Back to top button