Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ପ୍ରସିଦ୍ଧ ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଯାତ୍ରା ଦୁନିଆ ପାଇଁ ବଡ଼ ଦୁଃଖଦ ଖବର । ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ପରଲୋକ ଘଟିଛି । ସେ ମହେନ୍ଦ୍ର ଅପେକ୍ଷା ଭିକୁ ସେଠଙ୍କ ନାମରେ ବେଶ ପରିଚିତ ଥିଲେ । ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା ।

ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚୌଦ୍ୱାରରୁ କଟକ ନେବା ବାଟରେ ମୃତ୍ୟୁ ହୋଇଛି । ଏନେଇ ତାଙ୍କ ସଂପର୍କୀୟ ସୂଚନା ଦେଇଛନ୍ତି ।

ତାଙ୍କର ଲୋକପ୍ରିୟ ଶାଗୁଣା ବସିଛି ଡେଣା ମେଲାଇ ନାଟକ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଖଳନାୟକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ମୃତ୍ୟୁରେ ଯାତ୍ରା କଳାକାର ଓ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button