Breaking PLUSମନୋରଞ୍ଜନ
ଜେରାକୁ ସାମ୍ନା କରିବା ପାଇଁ ଏନସିବି ଅଫିସରେ ପହଁଚିଲେ ଦୀପିକା ପାଦୁକୋନ
![](https://www.utkalprahari.com/wp-content/uploads/2020/09/Deepika-in-NCB-Office.jpg)
![](https://www.utkalprahari.com/wp-content/uploads/2020/09/Deepika-in-NCB-Office-300x200.jpg)
ଆଜି ଏନସିବି ଜେରାକୁ ସାମ୍ନା କରିବେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏ ନେଇ ଦୀପିକା ଏନସିବି ଗେଷ୍ଟ ହାଉସରେ ପହଞ୍ଚିସାରିଛନ୍ତି।ସେ ଆଜି ସକାଳ ୯.୪୮ରେ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି। ଏହା ସହ ତାଙ୍କ ଜେରା ମଧ୍ୟ ଆରମ୍ଭ ହୋଇଛି। ଏନିସିବିର ବିଭିନ୍ନ ପ୍ରଶ୍ନ ବାଣକୁ ସାମ୍ନାକୁ କରୁଛନ୍ତି ଦୀପିକା। ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡ୍ରଗ୍ସ ମାଗିବା ପ୍ରସଙ୍ଗରେ ଏନସିବି ତାଙ୍କୁ ପ୍ରଶ୍ନ କରିବ। ଏବେ ଦେଖିବାର ବାକି ଅଛି ଦୀପିକାଙ୍କ ଉତ୍ତରରୁ ମାମଲା କେଉଁ ମୋଡକୁ ଯିବ।ତେବେ ଏହା ସହ ଆଜି ଡ୍ରଗ୍ସ ମାମଲାରେ ଏନସିବି ଦୀପିକାଙ୍କ ସମେତ ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ତଥା ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଜେରା ଜାରି ରହିବ। ଡ୍ରଗ୍ସ ମାମଲାରେ ନାଁ ଆସିବା ପରେ ନିଜ ଜୀନବ ଉପରେ ବିପଦ ଥିବା କହିଥିଲେ। ଯାହା ପରେ ମୁମ୍ବାଇ ପୋଲିସ୍ ତାଙ୍କ ଘରେ ତାଙ୍କୁ ସୁରକ୍ଷା ଦେବା ପାଇଁ ପହଞ୍ଚିଥିଲା। ପୂର୍ବରୁ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ଏନସିବି ଗିରଫ କରିସାରିଛି।