ଓଡ଼ିଶା
ଗଧ ଗାଉଛି ଗୀତ
ଏକ ଗଧ ଗୀତ ଗାଉଥିବା ଖବର ଜମାରୁବିବି ବିଶ୍ୱାସ ଯୋଗ୍ୟ ନୁହେଁ, କାରଣ ଗଧ ରଡ଼ି ବହୁତ କର୍କଶ, ତେଣୁ କଥା କଥାକେ କୁହାଯାଏ କାହିଁକିଁ ଗୋଟାଏ ଗଧ ଭଳି ରଡ଼ି କରୁଛୁ କହିଲୁ। କିନ୍ତୁ ସୋସିଆଲ ମିଡିଆରେ ଆଜିର ସମୟରେ ଗଧର ଗୀତ ଗାଉଥିବା ଭିଡିଓ ବହୁଳ ଭାବେ ଭାଇରାଲ ହୋଇଛି। ଏହି ଭିଡିଓରେ ଗଧ ଗୀତ ଗାଉଥିବାର ଆପଣ ଶୁଣିପାରିବେ। ସୋସିଆଲ ମିଡିଆରେ ମାର୍ଟିନ ଷ୍ଟାନ୍ଟନ୍ ନାମକ ଜଣେ ବ୍ୟକ୍ତି ଏହି ଗଧର ଭିଡିଓକୁ ଶେୟାର କରିଛନ୍ତିି, ଯାହାକି ବହୁଳ ଭାବେ ଭାଇରାଲ ହୋଇଛି। ମାର୍ଟିନ ଆର୍ୟାଲାଣ୍ଡର ଗାଁୱଲେ ସହରରେ ରୁହନ୍ତି। ସେ କୁହନ୍ତିକି ବର୍ଷେ ହେବ ସେ ଗଧ ନିକଟକୁ ଯାଉଛନ୍ତି, ଏହି ଗଧ ତାଙ୍କୁ ଗୀତ ଶୁଣାଇଥାଏ। ଗଧର ମାଲିକ ଏହାକୁ ପ୍ରଥମେ ସାଧାରଣ ଗଧ ଭଳି ଭାବିଥିଲେ, କିନ୍ତୁ ପରେ ସେ ଏହାର ବିଶେଷ ଗୁଣ ସଂପର୍କରେ ଅବଗତ ହୋଇଥିଲେ।