ଓଡ଼ିଶା

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ୪୪ ରନ୍‍ରେ ଉଛୁପୁର ଦଳ ବିଜୟୀ

ସାକ୍ଷୀଗୋପାଳ,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍): ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ କ୍ରିକେଟ ପକ୍ଷରୁ ପ୍ରଥମ ପ୍ଳେ ଅଫ ମ୍ୟାଚ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉଛୁପୁର କ୍ରିକେଟ କ୍ଳବ ସହିତ ରୂପଦେଇପୁର କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୪୪ ରନରେ ଉଛୁପୁର କ୍ରିକେଟ କ୍ଳବ ବିଜୟୀ ହୋଇଛି। ଉଛୁପୁର କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୬ ଉଇକେଟ ହରାଇ ୧୭୨ ରନ କରିଥିଲେ। ଜବାବରେ ରୁପଦେଇପୁର କ୍ରିକେଟ ଦଳ ୧୬ ଓଭରରେ୮ ଊଇକେଟ ବିନିମୟରେ ଆବଶ୍ୟକ ୧୨୮ ରନ କରି ନେଇଥିଲେ। ବିଜୟୀ ଉଛୁପୁର ଦଳର ଲୁଲୁ ସ୍ୱାଇଁ ୨୫ଟି ବଲ ଖେଳି ୬ଟି ଛକା ଓ ୫ଟି ଚୌକା ସହ ବ୍ୟକ୍ତିଗତ ୬୫ରନ କରିଥିବାରୁ ତାଙ୍କୁ ମ୍ୟାନଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ର କୁମାର ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଶ୍ରୀ ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ। ଆଜିର ମ୍ୟାଚ ଛବି ପ୍ରଧାନ ଓ ରାଜେଶ ପରିଡା ମ୍ୟାଚ ପରିଚାଳନା କରିଥିଲେ।

Show More

Related Articles

Back to top button