Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ଅଶୋକାଷ୍ଟମୀ: ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ପବିତ୍ର ଅଶୋକାଷ୍ଟମୀ । ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଣ । ସାଢ଼େ ୧ଟା ସୁଦ୍ଧା ପହଣ୍ଡି ସରିବ । ଅପରାହ୍ଣ ୩ଟାରେ ରଥ ଟଣା ଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଡ଼ା କଟକଣା ଭିତରେ ରୁକୁଣା ରଥଯାତ୍ରା ନେଇ ବ୍ୟବସ୍ଥା ହୋଇଛି ।

କେବଳ ପାଳିଆ ସେବାୟତ ରଥ ଉପରେ ରହିବେ । ଅନ୍ୟ ସେବାୟତମାନେ ରଥ ଟାଣିବେ । ତେବେ ରଥଟି ସନ୍ଧ୍ୟା ସାତଟା ସୁଦ୍ଧା ମାଉସୀ ମା’ ମନ୍ଦିରରେ ଲାଗିବ ବୋଲି ସମୟ ନିର୍ଦ୍ଧାରଣ ହୋଇଛି । ରୁକୁଣା ରଥଯାତ୍ରା ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ ।

ଏହି ସମୟରେ କେହି ରଥ ଖଳାରୁ ରଥ ରୋଡ୍ ଯାଏ ଯାନବାହନ ପ୍ରବେଶ ନିଷେଧ । ଏହାକୁ ସଂଯୋଗ କରୁଥିବା ବିଭିନ୍ନ ସାହି ରାସ୍ତାକୁ ବି ବନ୍ଦ କରାଯିବ । ମାଉସୀ ମା’ ଛକଠାରେ ବ୍ଲକିଂ କରାଯିବ।

କିନ୍ତୁ ଗାଡିଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମ୍‌ସି ମାର୍କେଟ କମ୍ପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ । ରଥ ଗଡ଼ିବା ବେଳେ ଛାତ ଉପରୁ ବି ଦର୍ଶନ ମନା । ଆଜି ମଧ୍ୟାହ୍ନ ୧୨ଟାରୁ କଟକଣା ଲାଗୁ ହେବ । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ମୋଟ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ ।

Show More

Related Articles

Back to top button