Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଭୟଙ୍କର କରୋନା ସ୍ଥିତି, ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ

ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୩୧ ହଜାର ୯୭୭ ଥିବାବେଳେ ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ସମଗ୍ର ଦେଶରେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କର ଟିକାକରଣ ହୋଇଛି । ମଙ୍ଗଳବାର ଠାରୁ ଲଗାତାର ୬ ଦିନ ହେଲା ଦେଶରେ ଦୁଇ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଅନୁସାରେ ଏପ୍ରିଲ ୧୯ ସୁଦ୍ଧା ସମଗ୍ର ଦେଶରେ ୨୬,୯୪,୧୪,୦୩୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ, ଗତକାଲି ୧୫,୧୯,୪୮୬ ଜଣ ଲୋକଙ୍କର ସାମ୍ପୁଲ ପରୀକ୍ଷଣ ହୋଇଛି ।

Show More

Related Articles

Back to top button