Breaking PLUSଖେଳଦେଶମୁଖ୍ୟ ଖବର

ପୁଣି ପଡ଼ିଆକୁ ଓହ୍ଲାଇବେ ୟୁବି

ଅବସରରୁ ଫେରି ପାରନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ । ସେ ଆସନ୍ତା ବର୍ଷ ଫେବୃୟାରୀରେ ଅବସରରୁ ଫେରି ପାରନ୍ତି । ଏନେଇ ଗତକାଲି ମଧ୍ୟରାତ୍ରିରେ ଯୁବରାଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ପବ୍ଲିକ ଡିମାଣ୍ଡ କାରଣରୁ ଅବସର ଘୋଷଣା କରିବାର ଦୁଇ ବର୍ଷ ପରେ ପ୍ରଖ୍ୟାତ ଅଲରାଉଣ୍ଡର ପୁଣି କ୍ରିକେଟ ପଡ଼ିଆକୁ ଓହ୍ଲାଇବାକୁ ଚିନ୍ତା କରୁଛନ୍ତି ।

୨୦୧୭ ଜାନୁୟାରୀରେ କଟକଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଯୁବି ୧୫୦ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ । ଏହା ଥିଲା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଅନ୍ତିମ ସେଞ୍ଚୁରି । ଏହି ଇନିଂସର ଏକ ଭିଡିଓ ସେ ଶେୟାର କରିଛନ୍ତି । ଏଥିସହ ଲେଖିଛନ୍ତି, ‘ଇଶ୍ୱର ଭାଗ୍ୟ ନିର୍ଣ୍ଣୟ କରନ୍ତି । ପବ୍ଲିକ ଡିମାଣ୍ଡରେ ମୁଁ ଫେବୃୟାରୀରେ ପିଚ୍‌କୁ ଫେରିବାକୁ ଆଶା ରଖିଛି । ଆପଣମାନଙ୍କ ଭଲ ପାଇବା ଓ ଶୁଭେଚ୍ଛା ମୋ ପାଇଁ ଖୁବ୍‌ ମାଇନେ ରଖେ । ଟିମ୍‌ ଇଣ୍ଡିଆକୁ ସମର୍ଥନ କରିବା ଜାରି ରଖ । ଏହା ଆମ ଦଳ । ଜଣେ ସଚ୍ଚୋଟ ପ୍ରଶଂସକ ଖରାପ ସମୟରେ ହିଁ ସମର୍ଥନ ଦିଏ’ ।

Show More

Related Articles

Back to top button