Breaking PLUSଓଡ଼ିଶାରାଜନୀତି

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତା ରୋକ

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ ନେଇ ରାସ୍ତାରୋକ । କେଉଁଝର ଜିଲ୍ଲା ସଦର ଥାନା ଶୁଆକାଟି ଫାଣ୍ଡି ବାୟାପଣ୍ଡାଧାର ଛକରେ ବିଳମ୍ବିତ ରାତିରେ ଟ୍ରକ ଧକ୍କା ଦେବା ଫଳରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।

ମୃତକ ଜଣକ କତରାପାଲି ଗାଁ ର ରବି ପ୍ରଧାନ ବୋଲି ଜଣାପଡିଛି ।ଏନେଇ ଉତ୍ୟକ୍ତ ଲୋକମାନେ କ୍ଷତିପୁରଣ ଦାବିରେ ଟାୟାର ଜାଳି ୪୯ ନମ୍ବର ରାସ୍ତା ରୋକ କରିଛନ୍ତି ।

ଦୀର୍ଘ ସମୟ ଧରି ଲୋକମାନେ ରାସ୍ତା ଅବରୋଧ କରିବା ଫଳରେ ଉଭୟ ପଟୁ ଗାଡି ମଟର ଚଳାଚଳ ବନ୍ଦ ରହିଥିଲା ।ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛି ।

Show More

Related Articles

Back to top button