ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ହିନ୍ଦୁ ହେବା ପାଇଁ କୌଣସି ଧର୍ମ ବଦଳେଇବା ଦରକାର ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ

ନୂଆଦିଲ୍ଲୀ : ହିନ୍ଦୁ ହେବା ପାଇଁ କୌଣସି ଧର୍ମ ପରିବର୍ତ୍ତନ କରିବା କାଛି ଆବଶ୍ୟକ ନାହିଁ, ଭାରତରେ ରହୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି। ମେଘାଳୟର ଶିଲଂ ଠାରେ ଅନୁଷ୍ଠିତ ନାଗରିକ ସମ୍ମିଳନୀରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିମାଳୟର ଦକ୍ଷିଣ, ଭାରତ ମହାସାଗରର ଉତ୍ତର ଓ ସିନ୍ଧୁ ନଦୀ କୂଳର ବାସିନ୍ଦାଙ୍କୁ ପାରମ୍ପାରିକ ଭାବରେ ହିନ୍ଦୁ କୁହାଯାଏ। ଭାରତରେ ଇସଲାମ ଧର୍ମ ବିସ୍ତାର କରୁଥିବା ମୋଗଲ ଏବଂ ଖ୍ରୀଷ୍ଟିଆନ ଧର୍ମ ବିସ୍ତାର କରୁଥିବା ବ୍ରିଟିଶ ଶାସକମାନଙ୍କ ପୂର୍ବରୁ ମଧ୍ୟ ହିନ୍ଦୁମାନେ ଏଠାରେ ବିଦ୍ୟମାନ ଥିଲେ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ, ବରଂ ଏହା ଜୀବନଶୈଳୀ। ଭାଗବତ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁ ଶବ୍ଦ ଭାରତ ମାତାର ସମସ୍ତ ସନ୍ତାନ, ଭାରତୀୟ ପିତୃପୁରୁଷଙ୍କ ବଂଶଧର ଏବଂ ଯେଉଁମାନେ ଭାରତୀୟ ସଂସ୍କୃତି ଅନୁଯାୟୀ ଜୀବନଯାପନ କରନ୍ତି ସେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରେ । ଜଣେ ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଭାରତରେ ବାସ କରୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି । ଆମେ ସଭିଏଁ ହିନ୍ଦୁ। ହିନ୍ଦୁଙ୍କର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନାହିଁ। ଏହା ଆମର ପରିଚୟ। ଭାରତୀୟ ଏବଂ ହିନ୍ଦୁ ଶବ୍ଦ ଉଭୟ ପର୍ଯ୍ୟାୟବାଚୀ। ଭାରତରେ ରହୁଥିବା ସମସ୍ତ ଲୋକ ପରିଚୟ ଦୃଷ୍ଟିରୁ ହିନ୍ଦୁ ଅଟନ୍ତି। ଏହା ଏକ ଭୌଗୋଳିକ-ସାଂସ୍କୃତିକ ପରିଚୟ। ଭାରତ ଏକ ପାଶ୍ଚାତ୍ୟ ଧାରଣା ଦେଶ ନୁହେଁ। ପ୍ରାଚୀନ କାଳରୁ ଏହା ଏକ ସାଂସ୍କୃତିକ ଦେଶ ଭାବେ ପରିଚିତ। ବାସ୍ତବରେ, ଏହା ଏକ ଦେଶ ଯିଏ ବିଶ୍ୱକୁ ମାନବିକତାର ଶିକ୍ଷା ଦେଇଛି । ଭାରତର ଏକତା ହେଉଛି ଏହାର ଶକ୍ତି। ଭାରତ ଦାବି କରୁଥିବା ବିବିଧତା ଗର୍ବର ବିଷୟ। ଏହା ହେଉଛି ଭାରତର ବିଶେଷତା ଯାହା ଶତାବ୍ଦୀ ଧରି ଚାଲିଆସୁଛି। ଆମେ ସବୁବେଳେ ଏକ ହୋଇ ଆସିଛୁ। ଯେତେବେଳେ ଆମେ ଏହାକୁ ଭୁଲିଯିବା ସେତେବେଳେ ଆମେ ଆମର ସ୍ବାଧୀନତା ହରାଇଦବୁ। ତେଣୁ, ଆମେ ନିଶ୍ଚିତ ହେବା ଉଚିତ ଯେ ଆମେ ଏକ ହୋଇ ଆମ ଦେଶକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ କରିବା। ଏହି ଏକତା ପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ ବୋଲି ମୋହନ ଭାଗବତ କହିଛନ୍ତି।

Show More

Related Articles

Back to top button