Breaking PLUSମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ
ଚିନ୍ତା ବଢାଉଛି ମଙ୍କିପକ୍ସ

କରୋନା ପରେ ଏବେ ଦେଶରେ ମଙ୍କିପକ୍ସ ଚିନ୍ତା ବଢ଼ାଇଛି। ପୂର୍ବରୁ ଭାରତରେ ୨ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର କେରଳରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନାମିଳିଛି। ଲଗାତର ଭାବେ କେରଳରୁ ମଙ୍କିପକ୍ସ ମାମଲା ଚିହ୍ନଟ ହେଉଛି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏହାପରେ ତାଙ୍କର ଚିକିତ୍ସା ଥିରୁଭାନ୍ତପୁରମ ସ୍ଥିତ ମଞ୍ଜରୀ ମେଡିକାଲ କଲେଜରେ ହେଉଥିବା ବେଳେ ଏବେ ସେ ସୁସ୍ଥ ଥିବା ସୂଚନାମିଳିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ସୂଚନା ଦେଇଛନ୍ତି। ପୂର୍ବରୁ ୨ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ସମାନ ରହିଥିଲା। ଲଗାତର ଭାବେ କେରଳରୁ ମଙ୍କିପକ୍ସ ମାମଲା ଚିହ୍ନଟ ହେଉଛି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।