Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିନ୍ଦୁ ଜଳ ଚୁକ୍ତି ମାମଲାରୁ ଦୂରେଇ ରହିଲା ବିଶ୍ୱବ୍ୟାଙ୍କ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ପାକିସ୍ତାନ ଏହି ମାମଲାରେ ବହୁତ ଖପ୍ପା ହୋଇଥିଲା ଏବଂ ପାକିସ୍ତାନର ଅନେକ ବଡ଼ ନେତା ମଧ୍ୟ ଜଳ ଚୁକ୍ତିନାମା ସମ୍ପର୍କରେ ଧମକ ଦେଇଥିଲେ। ଏହି ସମୟରେ, ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ଏବଂ ଏଥିରେ ବିଶ୍ୱ ବ୍ୟାଙ୍କର କ’ଣ ଭୂମିକା ରହିପାରିବ ତାହା ସ୍ପଷ୍ଟ କରିଛନ୍ତି। ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବାଙ୍ଗା କହିଛନ୍ତି, “ମଧ୍ୟସ୍ଥତା ବ୍ୟତୀତ ଆମର ଅନ୍ୟ କୌଣସି ଭୂମିକା ନାହିଁ। ବିଶ୍ୱ ବ୍ୟାଙ୍କ କିପରି ହସ୍ତକ୍ଷେପ କରିବ ଏବଂ ସମସ୍ୟାର ସମାଧାନ କରିବ ସେ ବିଷୟରେ ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଏସବୁ ଅର୍ଥହୀନ। ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ମଧ୍ୟସ୍ଥତା ଭାବେ ରହିଛି ।”

Show More

Related Articles

Back to top button