ଜୀବନଚର୍ଯ୍ୟାଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବିଶ୍ୱ ପରିବେଶ ଦିବସ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଇଛି ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା । ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ୧୯୭୧ ମସିହାର ଜୁନ ୫ର ସପ୍ତାହକୁ ମନେ ପକାଇଏହି ଦିନଟି ବିଶ୍ୱର ବିଭିନ୍ନ ସହରରେ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ ।

ମଣିଷ ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ । ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପରିବେଶ ପ୍ରତି ସଚେତନ ହେବା ଉଚିତ୍ ।

Show More

Related Articles

Back to top button