Breaking PLUSଦେଶ ବିଦେଶମୁଖ୍ୟ ଖବର

World Economy: ଦୁନିଆକୁ ବିଲିୟନ ଡଲାରର କ୍ଷତି ପହଞ୍ଚାଇଛନ୍ତି ଆମେରିକାର ଏହି ବେଙ୍ଗ ଏବଂ ସାପ

ଛୋଟ ଛୋଟ ଜୀବ-ଜନ୍ତୁ ଦୁନିଆର ଅର୍ଥବ୍ୟବସ୍ଥାକୁ ଥରହର କରିବାର ଶକ୍ତି ରଖନ୍ତି, ଏହି କଥା କେହି କଳ୍ପନା ମଧ୍ୟ କରିପାରିବ ନାହିଁ । ଗୁରୁବାର ଜୁଲାଇ ୨୮ରେ ପ୍ରକାଶତ ଏକ ରିପୋର୍ଟ ଅନୁସାରେ ବେଙ୍ଗ(ଆମେରିକୀୟ ବୁଲଫ୍ରଗ) ଏବଂ ସାପ(ବ୍ରାଉନ ଟ୍ରି ସ୍ନେକ) ଦୁନିଆକୁ ବିଲିୟନ ଡାଲରର କ୍ଷତି ପହଞ୍ଚାଇଛନ୍ତି । ଏହି ଦୁଇ ଜୀବଙ୍କ ଯୋଗୁଁ ୧୯୮୬ରୁ ୨୦୨୦ ମସିହା ମଧ୍ୟରେ ଦୁନିଆକୁ ପ୍ରାୟ ୧୬ ବିଲିୟନ ଡଲାରର କ୍ଷତି ହୋଇଛି । ଏଥିରେ ଫସଲ କ୍ଷତି ସହ ବିଜୁଳି କାଟ ସାମିଲ ରହିଛି।

ସାରା ଦୁନିଆରେ ଆକ୍ରାମକ କୀଟଙ୍କ ଦ୍ୱାରା ହେଉଥିବା ଆର୍ଥିକ କ୍ଷତି ଆକଳନ କରୁଥିବା ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ, ଆମେରିକୀୟ ବୁଲ ଫ୍ରଗ ଏବଂ ବ୍ରାଉନ ଟ୍ରି ସ୍ନେକ ଏହି ଦୁଇଟି ପ୍ରଜାତି ଅନ୍ୟ ଯେକୌଣସି ପ୍ରଜାତି ତୁଳନାରେ ସବୁଠୁ ଅଧିକ କ୍ଷତି ପହଞ୍ଚାଇଛନ୍ତି । ସାଇନଟିଫିକ୍ ରିପୋର୍ଟସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ସବୁଜ ରଙ୍ଗର ବେଙ୍ଗକୁ Lithobates Catesbeianus ନାଁରେ ଜଣାଯାଇଥାଏ । ଏହାର ଓଜନ ୨ ପାଉଣ୍ଡରୁ ଅଧିକ ହୋଇଥାଏ । ୟୁରୋପରେ ଏହାର ସବୁଠୁ ଅଧିକ ପ୍ରଭାବ ପଡିଥାଏ ।

ସେହିପରି ବ୍ରାଉନ ଟ୍ରି ସ୍ନେକ ମଧ୍ୟ ବେଶି କ୍ଷତି ପହଞ୍ଚାଇଛି । ଏହି ସାପ ଗୁଡିକ ଉପରେ ଅଧ୍ୟୟନ କରୁଥିବା ଇସ୍ମାଇଲ ସୋଟୋ କହିଛନ୍ତି, ଏହି ସାପ ଗୁଡିକୁ Boiga Irregularis ମଧ୍ୟ କୁହାଯାଇଥାଏ । ଏହି ସାପ ଗୁଡିକର ସଂଖ୍ୟା ଗ୍ୱାମ ଏବଂ ମାରିୟାନା ଦ୍ୱୀପ ସହ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଗୁଡିକରେ ଅନିୟନ୍ତ୍ରିତ ଭାବେ ଅନେକ ଗୁଣା ବୃଦ୍ଧି ପାଇଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଆମେରିକୀୟ ସୈନିକ ଭୁଲରେ ସାପ ଗୁଡିକୁ ଏଠାକୁ ଆଣିଥଲେ । ଇସ୍ମାଇଲ କହିଛନ୍ତି, ବେଳେବେଳେ ଏହି ସାପଙ୍କ ସଂଖ୍ୟା ଏତେ ଅଧିକ ହୋଇଥାଏ ଯେ, ବିଜୁଳି ଉପକରଣ ଗୁଡିକ ଉପରେ ଚଢି ଏହାକୁ ନଷ୍ଟ କରି ଦେଇଥାନ୍ତି । ଏଠାରେ ସାପଙ୍କ ବହୁଳ ଉପସ୍ଥିତି ବିଜୁଳି କାଟର ମୁଖ୍ୟ କାରଣ।

Show More

Related Articles

Back to top button