Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ମହିଳା ଆଇପିଏଲ ପ୍ରସ୍ତତି ଆରମ୍ଭ

୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲର ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ପୁରୁଷ ଆଇପିଏଲର ସଫଳତା ପରେ ଏବେ ବିସିସିଆଇ ମହିଳା ଆଇପିଏଲ ପାଇଁ ଯୋଜନା ପ୍ରସ୍ତୁତ କରିଛି । ୨୦୨୩ରୁ ୬ଟି ଟିମକୁ ନେଇ ମହିଳା ଆଇପିଏଲର ଆୟୋଜନ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏ ନେଇ ନିଷ୍ପତି ନିଆଯାଇଛି । ଫ୍ରାଂଚାଇଜମାନେ ଆଗ୍ରହ ପ୍ରକାଶ କଲେ ଖୁବ୍ ଶୀଘ୍ର ଟିମ ଚୟନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି ।ଅଷ୍ଟ୍ରେଲିଆ ମହିଳା ବିଗ ବ୍ୟାଶ ଲିଗ ଓ ଇଂଲଣ୍ଡ ବୋର୍ଡ ମହିଳା ଟି୨୦ ଲିଗର ଆୟୋଜନ କରି ଆସୁଛନ୍ତି । ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା ଟି୨୦ ଲିଗ କରିବେ ବୋଲି ସୂଚନା ଦେଇ ସାରିଛନ୍ତି । ବିସିସିଆଇ ୨୦୨୧ରୁ ଏହାକୁ ଆରମ୍ଭ କରିବାକୁ ବସିଥିଲେ ମଧ୍ୟ କରୋନା ଯୋଗୁ ସମ୍ଭବପର ହୋଇପାରି ନ ଥିଲା ।

Show More

Related Articles

Back to top button