Breaking PLUSଓଡ଼ିଶାମୁଖ୍ୟ ଖବର

୨୫ ପ୍ରତିଶତ ମହିଳାଙ୍କୁ ଆଜି ସୁଭଦ୍ରା ଟଙ୍କା

ଭୁବନେଶ୍ୱର- ବିଭିନ୍ନ କାରଣରୁ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ୨୫ ପ୍ରତିଶତ ମହିଳାଙ୍କୁ ଆଜି ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ତୃତୀୟ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ବିଭିନ୍ନ କାରଣରୁ ସୁଭଦ୍ରାରୁ ବାଦ ପଡ଼ିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଛି। ସେମାନଙ୍କୁ କିସ୍ତି ଟଙ୍କା ମିଳିବ। ତ୍ରୁଟି ସଂଶୋଧନ କରିବା ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ୨୫ ପ୍ରତିଶତ ମହିଳାଙ୍କୁ ରବିବାର ୫ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ବାଦ୍ ପଡ଼ିଥିବା ଆବେଦନକାରୀଙ୍କ କ୍ଷେତ୍ରରେ ଯାଞ୍ଚ ପାଇଁ ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଛି।

Show More

Related Articles

Back to top button