Breaking PLUSଓଡ଼ିଶାମୁଖ୍ୟ ଖବର
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ରାଉରକେଲା ଡେଗା ଫରେଷ୍ଟ ବାଲିଶଙ୍କରା ଘୋଗରଟାରେ ଘଟିଛି ଏଭଳି ଅଘଟଣ । ମୃତ ମହିଳା ଛତିଶଗଡର ବୋଲି ଜଣାପଡିଛି ।

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ରାଉରକେଲା ଡେଗା ଫରେଷ୍ଟ ବାଲିଶଙ୍କରା ଘୋଗରଟାରେ ଘଟିଛି ଏଭଳି ଅଘଟଣ । ମୃତ ମହିଳା ଛତିଶଗଡର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ରାଉରକେଲା ଡେଗା ଫରେଷ୍ଟ ବାଲିଶଙ୍କରା ଘୋଗରଟାରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଛତିଶଗଡର । ରବିବାର ରାତିରେ ସୁନ୍ଦରଗଡରୁ ପରିବାରଙ୍କ ସହ ଛତିଶଗଡ ଯାଉଥିବା ବେଳେ ଘୁଗରଟାଠାରେ ରାତିରେ ରହିଥିଲେ । ସକାଳୁ ନଦୀକୁ ଶୌଚ ହେବାପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି ।