ବାଣିଜ୍ୟମୁଖ୍ୟ ଖବର

ମାସକରେ ଅଟା,ତେଲ, ଚାଉଳ ଓ ଡାଲିର ଭାଉ କମ

ତେବେ ଗତବର୍ଷ ତୁଳନାରେ ଉଚ୍ଚ ରହିଛି ଦର

ବଜାରରେ ଅଟା, ତେଲ, ଚାଉଳ ଓ ଡାଲିର ଦର କମିଛି। ଗତମାସର ଦର ସହ ତୁଳନା କଲେ ଢେର ନରମ ପଡିଛି। ହେଲେ ଗତବର୍ଷ ଦର ସହ ତୁଳନା କଲେ ଏବେବି ଦର ବେଶ୍ ଉଚ୍ଚା ରହିଛି। ଗତ ଏକ ମାସରେ ସୋରିଷ ତେଲ ମୂଲ୍ୟରେ ୨.୮୯ ପ୍ରତିଶତ ହ୍ରାସ ହୋଇଛି। ତେବେ ଗତ ବର୍ଷ ତୁଳନାରେ ୨.୮୭ ପ୍ରତିଶତ ମହଙ୍ଗା ରହିଛି। ସେହିପରି ବଜାରରେ ବୁଟ ଡାଲି ୧.୭୫ ପ୍ରତିଶତ ଶସ୍ତା ହୋଇଛି। ବଜାର ଦରର ତାଜା ତଥ୍ୟ ଉପଭୋକ୍ତା ମନ୍ତ୍ରାଳୟ ୱେବସାଇଟ୍‌ରେ ଜାରି କରାଯାଇଛି। ଦିଲ୍ଲୀରେ ଗତବର୍ଷ ଜୁଲାଇ ୨୮ ତାରିଖରେ କେଜି ପିଛା ବୁଟ ଡାଲିର ଖୁଚୁରା ମୂଲ୍ୟ ୭୭ ଟଙ୍କା ଥିଲା। ଯାହା ଏବେ ବଜାରରେ କେଜି ପିଛା ୭୦ ଟଙ୍କା ଦରରେ କାରବାର ହେଉଛି। ସେହିପରି ହରଡ ଡାଲିର ଗତବର୍ଷ ଦିଲ୍ଲୀରେ କେଜି ପିଛା ଖୁଚୁରା ମୂଲ୍ୟ ୧୧୨ ଟଙ୍କା ଦରରେ ବିକ୍ରି ହେଉଥିଲା।

ଚଳିତବର୍ଷ ଏହା ୪ ଟଙ୍କା ଶସ୍ତା ହୋଇ ୧୦୮ ଟଙ୍କା ଦରରେ କାରବାର କରୁଛି। ସେହିପରି ଦିଲ୍ଲୀରେ ବର୍ଷକ ପୂର୍ବେ ସୋରିଷ ତେଲ ଲିଟର ପିଛା ୧୭୦ ଟଙ୍କା ଦରରେ ବିକ୍ରି ହେଉଥିଲା। ତେବେ ଚଳିତବର୍ଷ ଏହି ଦର ୧୭୯ ଦରରେ କାରବାର କରୁଛି। ଏହି ଦର ଚେନ୍ନାଇରେ ସର୍ବାଧିକ ୧୯୨ ଟଙ୍କା ରହିଛି। ସୂର୍ଯ୍ୟମୁଖୀ ତେଲ ଲିଟରପିଛା ଦର ୧୯୧ ଟଙ୍କାରୁ ହ୍ରାସ ହୋଇ ୧୦୭ ଟଙ୍କାକୁ ପହଞ୍ଚିଯାଇଛି। ତେବେ ପାମ ତେଲ ୧୨୯ ଟଙ୍କା ବଦଳେ ଲିଟର ପିଛା ୧୪୧ ଟଙ୍କା ଦରରେ କାରବାର ହେଉଛି। ସେହିପରି ବଜାରରେ ଚାଉଳ ୧.୬୭ ପ୍ରତିଶତ, ଗହମ ୧୧.୭ ପ୍ରତିଶତ, ଚିନି ୬.୧୦ ପ୍ରତିଶତ ଓ ଅଟା ୧୧.୭୩ ପ୍ରତିଶତ ମହଙ୍ଗା ହୋଇଛି।

Show More

Related Articles

Back to top button