ଦେଢ ଘଣ୍ଟା, ୧୧ ବିମାନ, ଅବତରଣ ପାଇଁ ୧୬ ପ୍ରୟାସ
କୋଲକାତା ଆକାଶରେ ଘୁରି ବୁଲିଲା ବିମାନ

କୋଲକାତା ବିମାନ ବନ୍ଦରରେ ଶୁକ୍ରବାର କିଛି ଏପରି ଘଟଣା ଘଟିଥିଲା ଯେଉଁଥି ପାଇଁ ପ୍ରାୟ ଦେଢ ଘଣ୍ଟା ଯାଏଁ ଯାତ୍ରୀଙ୍କ ଜୀବନ ଅଟକି ରହିଥିଲା । କ୍ରସୱିଣ୍ଡ ଯୋଗୁଁ ଅପରାହ୍ଣା ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଅବତରଣ ହେବାକୁ ଥିବା ବିମାନ ଗୁଡିକରେ ଆକାଶରେ ଘୁରି ବୁଲିଥିଲେ । ୧୧ କ୍ୟାପ୍ଟେନ ବିମାନ ଗୁଡିକୁ ରନୱେରେ ଅବତରଣ କରାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଅତ୍ୟଧିକ ପବନକୁ ଦେଖି ଲ୍ୟାଣ୍ଡିଂ ନକରି ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ବମାନ ଉଡାଣ ଦିଗର ବିପରୀତରେ ପ୍ରବାହିତ ହେଉଥିବା ପବନକୁ କ୍ରସୱିଣ୍ଡ କୁହାଯାଏ । ଏହି ପବନ ଲ୍ୟାଣ୍ଡିଂ ସମୟରେ ବିମାନକୁ ରନୱେରୁ ବାହାର କରିବାର ଶକ୍ତି ରଖିଥାଏ, ଯାହା ଦ୍ୱାରା ବଡ଼ ଦୁର୍ଘଟଣାର ଆଶଙ୍କା ରହିଥାଏ । ଖବର ଅନୁସାରେ ଶୁକ୍ରବାର ପ୍ରାୟ ୧୧ ବିମାନ ୧୬ ଥର ରନୱେର ଅବତରଣ କରିବାକୁ ପ୍ରସାୟ କରିଥିଲେ ।
କିନ୍ତୁ ଖରାପ ପାଗ ଯୋଗୁଁ ପ୍ରାୟ ଦୁଇ ଡର୍ଜନ ବିମାନ ଆକାଶରେ ଘରୁ ବୁଲୁଥିଲା । ପରେ ୯ ବିମାନକୁ ଅନ୍ୟ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରରେ, ପାଣିପାଗ ବିଭାଗ ପକ୍ଷରୁ ଖାରପ ପାଗ ନେଇ ସୂଚନା ଜାରି କରାଯାଇଥିଲ କିନ୍ତୁ ଏହିପରି କ୍ରସୱିଣ୍ଡର ସାମନା କରିବାକୁ ପଡିବ ବୋଲି ଭାବି ନଥିବା ପାଇଲଟ କହିଛନ୍ତି । ବାମ ପଟୁ ବୋହୁଥିବା ଏହି ପବନ ବିମାନକୁ ରନୱେର ଏଙ୍ଗେଲଠାରୁ ୨୦ ଡିଗ୍ରୀ ଯାଏଁ ଦିଗହୀନ କରିବାର ଶକ୍ତି ରଖିଥାଏ। ଏପରି ସ୍ଥିତିରେ ଲ୍ୟାଣ୍ଡିଂ କରାଇବା ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ।