
ସମ୍ବଲପୁରରେ ଆକାଶ ନିର୍ମଳ ଥିବାବେଳେ ଅଚାନକ ଆଜି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସ୍ଥିତି ଏମିତି ଯେ ବର୍ତ୍ତମାନ ମଧ୍ୟ କୁୁହୁଡି ଲାଗି ରହିିଛି । ଚଂଳଚଂଚଳ ହୋଇଉଠୁଥିବା ସମ୍ବଲପୁର ଯେମିତି ଘନ କୁହୁଡିର ଛାୟାରେ ଢାଙ୍କି ହୋଇଯାଇଛି ।
ମୁହଁକୁ ମୁହଁ ଦୃଶ୍ୟମାନ ହେଉନଥିବାବେଳେ ଗାଡିମଟର ଚଳାଚଳରେ ବାଧାସୃଷ୍ଟି ହୋଇଛି । ଫଳରେ ଲାଇଟ ଜାଳି ସହରବାସୀ ଯିବା ଆସୁଥିବାର ଦେଖିବାକୁ ମିଳିଥିଲା । କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ମହାନଦୀ ଦୃଶ୍ୟମାନ ହେଉନାହିଁ ।