ଓଡ଼ିଶା

କଣ୍ଟେନର ସହ ମୁହାଁମୁହିଁ ଧକ୍କା ହେଲା ବାଇକ୍‌

୨ ଆରୋହୀ ମୃତ

କଣ୍ଟେନର୍ ସହ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଝାଡବେଲଦା ବାଇପାସ ନିକଟରେ ବାଇକ୍ ସହ କଣ୍ଟେନର୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ କଣ୍ଟେନର୍ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର୍ ଜାଳି ରାସ୍ତାରୋକ କରିଛନ୍ତି ।

ସୂଚନା ଅନୁସାରେ ଝାଡବେଲଦା ଗାଁର ଭରତ ସିଂ ଓ ଲୋକନାଥ ସିଂ ଦୁହେଁ ମିଶି ବାଇକରେ ଯାଉଥିବା ବେଳେ ଏକ କଣ୍ଟେନର୍ ଗାଡ଼ି ତାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଉଭୟ ବାଇକରୁ ପଡ଼ି ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନସ୍ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ, ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button