Breaking PLUSଦେଶ ବିଦେଶମୁଖ୍ୟ ଖବର
ଦେଶରେ ଥମୁଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 43,893 ଜଣ ନୂଆ କରୋନା ରୋଗୀ ଚିହ୍ନଟ
ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ଦେଶରେ 43,893 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଦେଶରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ଦେଶରେ 43,893 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ 508 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ମାମଲା ବର୍ତ୍ତମାନ 79,90,322 ରେ ପହଞ୍ଚିଛି । ଏଥିରୁ 6,10,803 ଜଣ ସକ୍ରିୟ ରୋଗୀ ବର୍ତ୍ତମାନ ଚିତ୍କିସାଧୀନ ଥିବାବେଳେ । 72,59,509 ଜଣ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ଏବଂ ବର୍ତ୍ତମାନ ସୁଦ୍ଧା 1,20,010 ଜଣ କରୋନା ରୋଗୀ ଦେଶରେ ମୃତ୍ୟୁ ବରଣ କରିସାରିଲେଣି | ଗତ କିଛି ସପ୍ତାହ ମଧ୍ୟରେ ଭାରତରେ କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।