Breaking PLUSଦେଶ ବିଦେଶମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ହଜାର ୯୮୧ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୨ହଜାର ୯୮୧ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୭୭ହଜାର ୨୦୩କୁ ବୃଦ୍ଧି ପାଇଛି ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯୧ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୦ହଜାର ୫୭୩ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୫%।ସେହିଭଳି ଦେଶରେ ଦିନକୁ ଦିନ କମୁଛି କରୋନା ଆକ୍ଟିଭ୍ କେସ୍ । ପ୍ରଥମ ଥର ୪ଲକ୍ଷ ତଳକୁ ଖସିଛି । ଏବେ ଦେଶରେ ୩ଲକ୍ଷ ୯୬ହଜାର ୭୨୯ଟି ଆକ୍ଟିଭ୍ କେସ ରହିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୩୯ହଜାର ୧୦୯ ଆକ୍ରାନ୍ତ । ସୁସ୍ଥସଂଖ୍ୟା ୯୧ଲକ୍ଷ ୩୯ହଜାର ୯୦୧କୁ ବୃଦ୍ଧି ପାଇଛି । ସୁସ୍ଥହାର ରହିଛି ୯୪.୪୫%।

Show More

Related Articles

Back to top button