Breaking PLUSଆଇନ କାନୁନଓଡ଼ିଶାରାଜନୀତି

ନିର୍ବାଚନ ସମୟରେ ବନ୍ଦ୍ ରହିବ ମଦ କାଉଣ୍ଟର

ଆସନ୍ତା ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

ଭୂବନେଶ୍ୱର: ଆସନ୍ତା ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବାକୁ ଥିବା ସ୍ଥାନରେ ମଦ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏହାକୁ ମୁକ୍ତ ଓ ଅବାଧ କରିବା ପାଇଁ କଡା ପଦକ୍ଷେପ ନେଇଛି ଅବକାରୀ ବିଭାଗ । ନିର୍ବାଚନକୁ ମଦ ତଥା ନିଶା ମୁକ୍ତ କରିବା ପାଇଁ ସଂପୃକ୍ତ ବ୍ଲକ ଅଞ୍ଚଳରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନଗୁଡିକ ବନ୍ଦ ରହିବ । ଏହି ନିୟମ ମତଦାନ ଦିନ ସହ ଗଣତି ଦିନ ଲାଗୁ ହେବ । ଏହି ଦିନଗୁଡିକୁ ଡ୍ରାଏ ଡେ ଭାବରେ ଘୋଷଣା କରିଛି ଅବକାରୀ ବିଭାଗ । ସେଥିପାଇଁ ସମସ୍ତ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅବକାରୀ କମିଶନର ଆଶିଷ କୁମାର ସିଂ ।

ମତଦାନ ସମୟରେ କିମ୍ବା ଭୋଟ ଗଣତି ସମୟରେ କୌଣସି ମଦ ଦୋକାନ ଖୋଲି ରହିବ ନାହିଁ । ମଦ ଦୋକାନ, ରେଷ୍ଟୁରାଣ୍ଟ, ବାରରେ ମଦ ବିକ୍ରି ଉପରେ କଟକଣା ରହିବ । ଏପରିକି ସମ୍ପୃକ୍ତ ଅଞ୍ଚଳରେ ହୋମ ଡେଲିଭରି ମଧ୍ୟ ହୋଇ ପାରିବ ନାହିଁ। ରାଜ୍ୟ ଅବକାରୀ ଆଇନ ୨୦୦୮ ଏବଂ ଲାଇସେନ୍ସପ୍ରାପ୍ତ ସମସ୍ତ ଦେଶୀ ଓ ବିଦେଶୀ ମଦ ନିଷିଦ୍ଧ ହୋଇଛି । ଭୋଟ ଗ୍ରହଣ ସମୟରେ ମଦ ଯୋଗାଣ ମଧ୍ୟ ହ୍ରାସ କରାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କମିଶନର । ନିର୍ବାଚନ ସମୟରେ ଅବକାରୀ ବିଭାଗ, ପୋଲିସ ଓ ବନ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ କାରବାର ଓ ଚାଲାଣ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ହୋଇଛି । ଯଦି କେହି ବ୍ୟକ୍ତି ଆଇନ୍ ଉଲଂଘନ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ।

Show More

Related Articles

Back to top button