Breaking PLUSବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର
ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ତ୍ରୀ ତୃପ୍ତି

ଆଜି ବାବୁସାନଙ୍କ ଜନ୍ମଦିନ। ପତ୍ନୀ ତୃପ୍ତି ବାବୁସାନଙ୍କୁ ଶୁଭେଚ୍ଛା ଜଣାଇବେକି ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ତୃପ୍ତି ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆସିଲେ କେକ କଟା ହେବ ବୋଲି କହିଛନ୍ତି ବାବୁ। ବାଲକୋନିରୁ ଛିଡା ହୋଇ ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଛନ୍ତି ବାବୁସାନ।
ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ଏମିତି ମୋ ସାଙ୍ଗ ଥାଉ। ତାହା ହିଁ ମୋ ପାଇଁ ବଡ଼ ଗିଫ୍ଟ ବୋଲି କହିଛନ୍ତି ସୁପରଷ୍ଟାର ବାବୁସାନ। ସେପଟେ ୧୨.୪୫ରେ ବାବୁସାନ ଖାରବେଳ ଖାନାରେ ପହଁଚିବେ ବୋଲି ସୂଚନା ମିଳିଛି । ଏନେଇ ଥାନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜେରା ପରେ ସବୁ କହିବେ ବୋଲି କହିଛନ୍ତି ବାବୁସାନ। ପତ୍ନୀ ତୃପ୍ତି ଓ ପୁଅ ସହ ଜନ୍ମଦିନ ପାଳିବେ ବାବୁସାନ। ଜନ୍ମଦିନକୁ ତୃପ୍ତି ନଆସିଲେ ନିଜେ ଯାଇ ତାଙ୍କୁ ଆଣିବେ ବୋଲି ପ୍ରତିକ୍ରିୟା ରଖିଥିଲେ ବାବୁସାନ। ବର୍ତ୍ତମାନର ବାଦ ବିବାଦ ଭିତରେ ବାବୁସାନ କିଭଳି ଜନ୍ମଦିନ ପାଳନ କରିବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ପ୍ରଶ୍ନ ଉପରେ ମୋହର ମାରିଛନ୍ତି ବାବୁସାନ। ବାପା ବୋଉ, ସ୍ତ୍ରୀ ଓ ପୁଅ ସହ ନିଜ ଜନ୍ମଦିନ ପାଳିବେ ବାଲି କହିଲେ ବାବୁସାନ।