ଦେଶ ବିଦେଶମୁଖ୍ୟ ଖବର

ସାରା ଦେଶ ପାଳନ କରୁଛି ୭୫ ତମ ସ୍ବାଧୀନତା ଦିବସ

ଲାଲକିଲ୍ଲାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ଦେଶ ପାଳନ କରୁଛି ୭୫ ତମ ସ୍ବାଧୀନତା ଦିବସ । ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୭ ଟା ୫ରେ ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯିବେ । ସେଠାରେ ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।୭ ଟା ୧୦ରେ ପ୍ରଧାନମନ୍ତ୍ରୀ ରାଜଘାଟରୁ ଲାଲକିଲ୍ଲା ଅଭିମୁଖେ ବାହାରିବେ । ୭ ଟା ୨୦ରେ ଲାଲ୍ କିଲ୍ଲାରେ ହେବ ଗାର୍ଡ ଅଫ୍ ଅନର ।

୭ ଟା ୩୦ରେ ଲାଲ୍ କିଲ୍ଲାରେ ତ୍ରିରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୭୫ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଆଜାଦ୍ କା ଅମୃତ ମହୋତ୍ସବ’ । ଏହି ବର୍ଷ ଦେଶବାସୀଙ୍କୁ ନୂଆ ଶକ୍ତି ଏବଂ ନବଚେତନା ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button