Breaking PLUSଓଡ଼ିଶାମୁଖ୍ୟ ଖବର

କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଭୁବନେଶ୍ୱର, 21 ଜାନୁଆରୀ – ଗଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କରାଯିବ । ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ସେହିପରି ଜିଲ୍ଲାସ୍ତରରେ କନ୍ଧମାଳରେ ବିକ୍ରମ ଆରୁଖ, ସୁନ୍ଦରଗଡରେ ପ୍ରଦୀପ ଅମାତ,ପୁରୀରେ ପ୍ରଫୁଲ ମଲ୍ଲିକ, ଜଗତସିଂହପୁରରେ ଅତନୁ ସବ୍ୟସାଚୀ, ସୁବର୍ଣ୍ଣପୁରରେ ଉଷା ଦେବୀ, କେନ୍ଦୁଝରରେ ଶାରଦା ନାୟକ, ମୟୂରଭଞ୍ଜରେ ଅଶୋକ କୁମାର ପଣ୍ଡା, ବଲାଙ୍ଗିରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକରେ ସୁଦାମ ମାରାଣ୍ଡି, ଗଞ୍ଜାମରେ ଜଗନ୍ନାଥ ସାରକା, ସମ୍ବଲପୁରରେ ନିରଞ୍ଜନ ପୂଜାରୀ, କଳହାଣ୍ଡିରେ ଟୁକୁନି ସାହୁ, ଅନୁଗୁଳରେ ଅଶ୍ୱିନୀ ପାତ୍ର, ବାଲେଶ୍ୱରରେ ବାସନ୍ତୀ ହେମ୍ବମ୍ର, ଝାରସୁଗୁଡାରେ ପ୍ରୀତିରଞ୍ଜନ ଘଡେଇ, ନୂଆପଡାରେ ରୀତା ସାହୁ, କୋରାପୁଟରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ । ବ୍ରହ୍ମପୁରରେ ଆରଡିସି, ରାଉରକେଲାରେ ଆରଡିସି, ବରଗଡରେ ଜିଲ୍ଲାପାଳ, ଭଦ୍ରକରେ ଜିଲ୍ଲାପାଳ, ବୌଦ୍ଧରେ ଜିଲ୍ଲାପାଳ, ଦେବଗଡରେ ଜିଲ୍ଲାପାଳ, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡାରେ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ ।

Show More

Related Articles

Back to top button