ଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ବୟସାଧିକ କାରଣରୁ ଧଳା ବାଘୁଣୀ ‘ବିଜୟା’ ଅସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଧଳା ବାଘୁଣୀ ‘ବିଜୟା’ ହଠାତ୍ ଅସୁସ୍ଥ ହୋଇପଡ଼ିଛି। ବୟସାଧିକ କାରଣରୁ ‘ବିଜୟା’ କାଲିଠୁ ଅସୁସ୍ଥ ଥିବା ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଗତକାଲି ବିଜୟା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। କିଛି ଖାଦ୍ୟ ଗ୍ରହଣ କରି ନଥିଲା। ନନ୍ଦନକାନନ ପକ୍ଷରୁ ତାକୁ କ୍ୱାରେଣ୍ଟିନରେ ରଖି ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚିକିତ୍ସା କରାଯାଉଛି। ବିଜୟାର ଅଧିକ ଚିକିତ୍ସା ପାଇଁ ଓୟୁଏଟିକୁ ଏକ ଚିଠି ଲେଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଓୟୁଏଟିର ଏକ ଟିମ୍‌ ଆସି ବିଜୟାର ଚିକିତ୍ସା କରିବା ପାଇଁ ଚିଠିରେ ସେ ଉଲ୍ଲେଖ କରିଛନ୍ତି। ବିଜୟାର ବ୍ୟବହାର, ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଭାବେ ଧ୍ୟାନ ରଖାଯାଇଛି। ବିଜୟାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଘୁଣୀ ବିଜୟା ଗତ ବର୍ଷ ତିନିଟି ଛୁଆ ଜନ୍ମ କରି ଚର୍ଚ୍ଚା ପରିସରକୁ ଆସିଥିଲା। ଧଳା ବାଘୁଣୀ ବିଜୟାକୁ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ନନ୍ଦନକାନନକୁ ଆସନ୍ତି ।

Show More

Related Articles

Back to top button