Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ରୁ ତଳେ ପଡ଼ିଗଲେ ଚାଳକ

ଚାଲିଗଲା ଜୀବନ

ରାଉରକେଲା କୁତ୍ରା ଥାନା ପଙ୍ଗନିଆବାହାଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇବାରୁ ତଳେ ପଡ଼ି ଆରୋହୀ ଜଣକ ପ୍ରାଣ ହରାଇଛନ୍ତି । ମୃତକ ନାମ କିଶୋର କିଶାନ ହୋଇଥିବା ବେଳେ ସେ ଘର ଧରୁଆଡିହି ଥାନା ଅମସରଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି ।

ତେବେ ଏହି ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରାଉରକେଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେ କୁତ୍ରା ଥାନା ତରକେରା ଗ୍ରାମର ଚିତରଞ୍ଜନ ବରୁଆ ବୋଲି ସୂଚନା ମିଳିଛି ।

Show More

Related Articles

Back to top button