Breaking PLUSଓଡ଼ିଶା

ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର

ଯୁବକ ମୃତ

କୁମ୍ଭୀର ଆକ୍ରମଣରେ ଗଲା ଯୁବକଙ୍କ ଜୀବନ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତ ଅଞ୍ଚଳରେ ଏମିତି ଅଘଟଣ ଘଟିଛି । ସୂଚନାନୁସାରେ, ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଯାଇଥିଲେ । ଏହାସହ ସେଠାରେ ଲଗାଇଥିବା ଜାଲ ଉଠାଉଥିଲେ । ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀ କୁ ଟାଣି ନେଇଥିଲା ।

 

ତେବେ ପରେ ସ୍ଥାନୀୟ ଲୋକେ ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଏନେଇ ଜଣାଇଥିଲେ। ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରି ନଦୀରୁ ଏକ କିଲୋମିଟର ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କ ମୃତଦେହ ଉଦ୍ଧାର କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Show More

Related Articles

Back to top button