
ଲୁଧିଆନା : ସ୍ତ୍ରୀ ବାପ ଘରୁ ନ ଆସିବାରୁ ଜାଳିଦେଲେ ସ୍ୱାମୀ । ସ୍ତ୍ରୀ ସାଙ୍ଗରେ ଦୁଇ ଛୁଆ, ଶଶୁର, ଶାଶୁକୁ ମଧ୍ୟ ପୋଡି ମାରିଦେଲେ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବ ଲୁଧିଆନାର ଖୁର୍ସିଦପୁର ଗାଁରେ । ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ ପରମଜିତଙ୍କୁ ଗାଁରୁ ଆଣିବାକୁ ଯାଇଥିଲେ କୁଲଦୀପ ସିଂହ । ହେଲେ କୌଣସି କାରଣରୁ ସ୍ତ୍ରୀ ବାପ ଘରୁ ଯିବାକୁ ମନା କରିଥିଲେ । ଏହାକୁ ନେଇ ଏତେ ରାଗି ଯାଇଥିଲେ କୁଳପତି କି ସ୍ତ୍ରୀଙ୍କ ସମେତ ପୁରା ଶ୍ୱଶୁର ଘର ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ସ୍ତ୍ରୀ, ଦୁଇ ନାବାଳକ ପୁଅ, ଶ୍ୱଶୁର, ଶାଶୁ ଶୋଇଥିବା ଅବସ୍ଥାରେ ନିଆଁ ଲଗେଇ ଦେଇଥିଲେ । ଘରକୁ ନିଆଁ ଲଗାଇ ସେ ସେଠୁ ଫେରାର ହୋଇ ଯାଇଥିଲେ । ପୋଲିସ ଅଭିଯୁକ୍ତ କୁଳଦୀପଙ୍କୁ ଗିରଫ କରି ଏହାର ତଦନ୍ତ କରୁଛି । କୁଳଦୀପ ଓ ପରମଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଜଣାପଡିଛି । ପରମଜିତ୍ ପୂର୍ବରୁ ବିବାହ କରିଥିଲେ । ମୃତ ଦୁଇ ଶିଶୁ ପ୍ରଥମ ସ୍ୱାମୀଙ୍କ ପାଖରେ ଥିଲେ । ଯାହାକୁ ନେଇ ଅନେକ ସମୟରେ କଳହ ଲାଗୁଥିଲା । ଏହି ଘଟଣାରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି ।