ଓଡ଼ିଶାଖେଳଦେଶମୁଖ୍ୟ ଖବର

ଭାରତୀୟ ଅଲିମ୍ପିକ ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହେଲେ ଦୌଡ଼ରାଣୀ ପି.ଟି. ଉଷା

ନୂଆଦିଲ୍ଲୀ: ଦୌଡ଼ରାଣୀ ପି.ଟି. ଉଷା ହେଲେ ଭାରତୀୟ ଅଲିମ୍ପିକ ସଂଘର ନୂଆ ସଭାପତି। ପ୍ରଥମ ମହିଳା ଓ ଅଲିମ୍ପିଆନ୍ ଭାବେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଏହି ଅବସରରେ ପି.ଟି.ଉଷା କହିଛନ୍ତି ଯେ, ଅଲିମ୍ପିକ୍ସରେ ଭାରତର ସୁନାମକୁ ନିଶ୍ଚିତ ଦ୍ୱିଗୁଣିତ କରିବି। ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ୪୦୦ ମିଟର ହଡଲ୍ସରେ ଅଳ୍ପକେ ପଦକ ହରାଇଥିଲେ ପିଟି ଉଷା। ମାତ୍ର ୧ ସେକେଣ୍ଡ ପାଇଁ ପିଟି ଉଷା ପଦକ ଜିତି ପାରି ନ ଥିଲେ। କିନ୍ତୁ ତାଙ୍କ ୫୫ ଦଶମିକ ୪୨ ସେକେଣ୍ଡର ଟାଇମିଂ ଏବେ ବି ଜାତୀୟ ରେକର୍ଡ ହୋଇରହିଛି।

ଏସୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଜିତି ଇତିହାସ ରଚିଥିଲେ ଭାରତର ଏହି ଦୌଡ଼ରାଣୀ। ୫୮ ବର୍ଷିୟ ପିଟି ଉଷା ଭାରତୀୟ ଅଲିମ୍ପିକ ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହେବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ବିଶେଷ ମଧ୍ୟ ତାଙ୍କୁ ଏଥିନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

Show More

Related Articles

Back to top button