ଦେଶ ବିଦେଶବାଣିଜ୍ୟ

ହ୍ବାଟ୍ସଆପ୍ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଦେବାକୁ ପଡିବ ଟଙ୍କା

ମେସେଜିଙ୍ଗ ପ୍ଲାଟଫର୍ମ ହ୍ବାଟ୍ସଆପ୍ ବ୍ୟବହାର କରିବା ପାଇଁ ୟୁଜରଙ୍କୁ ଦେବାକୁ ପଡ଼ପାରେ ଟଙ୍କା। କମ୍ପାନି ତରଫରୁ ଗୋଟିଏ ଅଫିସିଆଲ ବ୍ଲଗ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି

ହ୍ବାଟସଆପର କୋଟି କୋଟି ୟୁଜର ଅଛନ୍ତି ଓ ଏହା ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଫ୍ଲାଟଫର୍ମ। ତେବେ ହ୍ବାଟସଆପ ସବୁ ୟୁଜରଙ୍କୁ ନୁହେଁ କେବଳ ହ୍ବାଟସଆପ ‘ବିଜନେସ ୟୁଜର ଆପ’ ବ୍ୟବହାର କରୁଥିବା ୟୁଜରଙ୍କୁ ଚାର୍ଜ କରିବ।ଯଦି ଆପଣ ହ୍ବାଟସଆପ ବିଜନେସ ୟୁଜର ତେବେ ଖୁବଶୀଘ୍ର କିଛି ସର୍ଭିସ ପାଇଁ ପେମେଣ୍ଟ ଦେବାକୁ ପଡ଼ିବ। ହ୍ବାଟସଆପ ବିଜନେସ ତରଫରୁ ‘ପେ-ଟୁ-ମେସେଜ’ ଅପସନ ଘୋଷଣା କରାଯାଇଛି।

କମ୍ପାନି ତା’ ବ୍ଲଗ୍ ପୋଷ୍ଟରେ କହିଛି ବିଜନେସ ଗ୍ରାହକଙ୍କ ପାଇଁ କିଛି ସର୍ଭିସ ପାଇଁ ଟଙ୍କା ଚାର୍ଜ କରାଯିବ। ତେବେ ଏ ନେଇ କେତେ ଟଙ୍କା ନିଆଯିବ ତାହା ଠିକ କରାଯାଇ ନାହିଁ।ହ୍ବାଟସଆପର କହିବା କଥା ବିଜନେସ ୟୁଜରଙ୍କ ଠାରୁ ଚାର୍ଜ କରିକି ଆପ ନିଜ ବ୍ୟବସାୟ ମଧ୍ୟ ପ୍ରସ୍ତୁତ କରିବ ଓ ୟୁଜରଙ୍କୁ ଫ୍ରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ ଟେକ୍ସଟ, ଭିଡିଓ ଓ ଭଏସ କଲିଂ ପ୍ରଦାନ କରିବ। ଆଗାମୀ ଦିନରେ ହ୍ବାଟ୍ସଆପରେ ବିଜ୍ଞାପନ ଦେଖିବାକୁ ମିଳିପାରେ ଓ ଏହାକୁ ନେଇ ଦୀର୍ଘ ସମୟ ହେବ କାମ ଜାରି ରହିଛି।

Tags
Show More

Related Articles

Back to top button
Close