Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା ପଛରେ କ’ଣ କାରଣ ଥାଏ ?

ନିଜ ଆଖପାଖରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଥିବାର ଘଟଣା ଆପଣ ଦେଖିଥିବେ। ଯେଉଁଥିରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ଏପରି ଘଟଣା ପରେ ପ୍ରାୟ ଏକ ମାସ ମଧ୍ୟରେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବା ପରେ ଭାରତ ସରକାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିବାର ମୁଖ୍ୟ କାରଣ ସାମ୍ନାକୁ ଆସିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ଏକ ମାସ ମଧ୍ୟରେ ଘଟିଥିବା ଅନେକ ବୈଦ୍ୟୁତିକ ସ୍କୁଟର ଅଗ୍ନିକାଣ୍ଡ ପଛରେ ଏକ ତ୍ରୁଟିପୂର୍ଣ୍ଣ ବ୍ୟାଟେରୀ ମୁଖ୍ୟ କାରଣ । ଖାସକରି ଗାଡ଼ିର ବ୍ୟାଟେରୀ ଖରାପ ଥିବାରୁ ହିଁ ଗାଡ଼ିରେ ନିଆଁ ଲାଗିଥାଏ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ସ୍କୁଟରଗୁଡିକ ମଧ୍ୟରୁ ମୁଖ୍ୟତଃ ଓଲା ଇଲେକ୍ଟ୍ରିକରେ ଫିଚର୍ ରହିଛି। ତେବେ ନିଆଁ ଲାଗିଥିବା ଇଭି କମ୍ପାନୀ ମଧ୍ୟ ଦାବି କରିଛି ଯେ ଗାଡ଼ିର ବ୍ୟାଟେରୀରେ କିଛି ଅସୁବିଧା ଥିବାରୁ ହିଁ ଏପରି ହୋଉଛି। ତେବେ କେବଳ ଗୋଟେ ସ୍କୁଟର ନୁହେଁ ଅନେକ ସ୍କୁଟରରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଯାହା ପାଇଁ କମ୍ପାନୀ କହିଛି ଯେ ଗାଡ଼ି ତିଆରି ସମୟରେ ମଧ୍ୟ କୌଣସି ଅସୁବିଧା ଥିଲେ ଏହା ଚାଲିବା ସମୟରେ ନିଆଁ ଲାଗିଥାଏ। ଏକ ସୂଚନା ଅନୁସାରେ ଓଲା ମାମଲାରେ ବ୍ୟାଟେରୀ ସେଲ ସହିତ ବ୍ୟାଟେରୀ ପରିଚାଳନା ବ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖାଦେଇଛି। ଓକିନାୱା କ୍ଷେତ୍ରରେ, ସେଲ୍ ଏବଂ ବ୍ୟାଟେରୀ ମଡ୍ୟୁଲ୍ ସହିତ ଏକ ସମସ୍ୟା ଥିଲା। ସେଥି ପାଇଁ ଏହି ଗାଡ଼ିରେ ନିଆଁ ଲାଗିଥିଲା। ତେଣୁ ଗାଡ଼ି କିଣିବା ସମୟରେ ଠିକ୍ ଭାବେ ଯାଞ୍ଚ କରି କିଣିବା ଦରକାର। ଏମିତିକି କମ୍ପାନୀରେ ମଧ୍ୟ ଗାଡ଼ି ଚଲାଇ ପରୀକ୍ଷା କରିବା ଉଚିତ୍। ଯଦି କୌଣସି ଅସୁବିଧା କିମ୍ୱା ତ୍ରୁଟି ରହିଛି ତେବେ ଗାଡ଼ି ଆଣିଥିବା ଶୋ ରୁମ୍ ଯାଇ ତାର ଯାଞ୍ଚ କରିବା ଉଚିତ୍।

Show More

Related Articles

Back to top button