Breaking PLUSବଲିଉଡବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟି

ବିବାହକୁ ନେଇ ରଶ୍ମିକାଙ୍କର ମତ କ’ଣ ରହିଛି ?

ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାକା 'ପୁଷ୍ପା' ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି ।

ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାକା ‘ପୁଷ୍ପା’ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି । ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ମଧ୍ୟ ତାଙ୍କ ଲୁକ୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ଦୁହେଁ କେହି କାହାକୁ କମ୍‌ ନୁହନ୍ତି। ଦୁହେଁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେମାନଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା।  ଚଳିତ ବର୍ଷ ଦୁହେଁ ବିବାହ କରିବେ ବୋଲି ଜୋରସୋର ଚର୍ଚ୍ଚା ହୋଉଥିଲା। ତେବେ ଏହାକୁ ନେଇ ବିଜୟ ଟୁଇଟ୍‌ରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ବିବାହର ଖବର ସମ୍ପୂର୍ଣ୍ଣ ଗୁଜବ। ତେବେ ସେତେବେଳେ ରଶ୍ମିକା ଏହାକୁ ନେଇ କୌଣସି ମୁହଁ ଖୋଲି ନ ଥିଲେ। ଏକ ସାକ୍ଷାତକାର ‘ସୋ’ ରେ ଏହି ଗୁଜବ ଉପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ରଶ୍ମିକା। ସେ କହିଛନ୍ତି, ଏହା କେବଳ ଗୁଜବ ଅଟେ। ମୋର ବିବାହ ପାଇଁ ଇଛା ନାହିଁ ଆଉ ବହୁତ ସମୟ ଅଛି,ସମୟ ଆସିଲେ ମୁଁ ବିବାହ କରିବେ ବୋଲି ସେ କହିଛନ୍ତି।

Show More

Related Articles

Back to top button