ଅପରାଧଆଇନ କାନୁନଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

୨୩ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜଣାଶୁଣା ବିଲଡର୍‌ ପାରସ ପୋରୱାଲ

ମୁମ୍ବାଇ : ଜଣାଶୁଣା ରିଏଲ ଇଷ୍ଟେଟ ଡେଭଲପର୍‌ ପାରସ ପୋରୱାଲ ଗୁରୁବାର ମୁମ୍ବାଇର ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନାମିଳିଛି। ପରେ ପୋଲିସ ୫୭ ବର୍ଷିୟ ପାରସଙ୍କ ଜିମରୁ ଏକ ‘ଆତ୍ମହତ୍ୟା ନୋଟ’ ଜବତ କରିଛି। ଏଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଏବଂ କାହାକୁ ପଚରାଉଚରା କରାଯିବା ଉଚିତ ନୁହେଁ ବୋଲି ଲେଖାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ଚିଞ୍ଚପୋକଲି ରେଳ ଷ୍ଟେସନ ନିକଟ ଶାନ୍ତି କମଲ ହାଉସିଂ ସୋସାଇଟିରେ ଥିବା ଜିମରେ ସକାଳ ପ୍ରାୟ ୬ଟା ସମୟରେ ପୋରୱାଲ ଡେଇଁପଡିଥିଲେ। ଜଣେ ବ୍ୟକ୍ତି ସୂଚନା ଦେବା ପରେ ଚିଞ୍ଚପୋକଲି ପୋଲିସ ଷ୍ଟେସନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାରୱାଲଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଅଧିକାରୀ କହିଛନ୍ତି ଯେ ପୋରୱାଲ କାହିଁକି ଏହି ପଦକ୍ଷେପ ନେଇଛନ୍ତି ତାହା ଜାଣିବା ପାଇଁ ଅନୁସନ୍ଧାନ ଚାଲିଛି।

Show More

Related Articles

Back to top button