Breaking PLUSଦେଶମୁଖ୍ୟ ଖବର

ରାଷ୍ଟ୍ରପତି ଭବନରେ ଓମାନ ସୁଲତାନଙ୍କୁ ଔପଚାରିକ ସ୍ୱାଗତ

ନୂଆଦିଲ୍ଲୀ, 16 ଡିସେମ୍ବର – ଶନିବାର ଦିନ ରାଷ୍ଟ୍ରପତି ଭବନରେ ଓମାନ ସୁଲତାନ ହୈଥମ ବିନ୍ ତାରିକଙ୍କୁ ଔପଚାରିକ ସ୍ୱାଗତ କରାଯାଇଛି । ଭାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆୟୋଜିତ ସମାରୋହରେ ଓମାନ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଗତ କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ସୁଲତାନ ହୈଥମ ବିନ ତାରିକ ଆଜି ଭାରତକୁ ରାଜକୀୟ ଗସ୍ତ କରିଛନ୍ତି । ତାଙ୍କ ସହ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆସିଛନ୍ତି । ଭାରତକୁ ଏହା ତାଙ୍କର ପ୍ରଥମ ରାଜକୀୟ ଯାତ୍ରା, ଯାହା ଭାରତ ଓ ଓମାନ ମଧ୍ୟରେ ରାଜନୈତିକ ସମ୍ପର୍କ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

Show More

Related Articles

Back to top button