
୧୦ ଜିଲ୍ଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁରକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।ଏଥିସହ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ଘଡଘଡି ସହ ବର୍ଷା ହୋଇପାରେ । ମୁଖ୍ୟତଃ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ , ଗଜପତି, କେଉଁଝର, ମୟୁରଭଞ୍ଜ, ଅନୁଗୁଳ ,ଢେଙ୍କାନାଳ ଆଦି ୧୫ ଜିଲ୍ଲାକୁ ସତର୍କତା ଜାରୀ କରାଯାଇଛି ।
ସେହିପରି ଗତ ୨୪ ଘଣ୍ଟାରେ ଜଗତସିଂହପୁର ବାଲିଗୁଡାରେ ୯୮.୦ ବର୍ଷା ରେକର୍ଡ ହୋଇଛି । ଜୁନ ଆରମ୍ଭରୁ ୨୮ ପର୍ଯ୍ୟନ୍ତ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ସେପଟେ ଲଂଘୁଚାପ ପ୍ରଭାବରେ ଏଭଳି ବର୍ଷା ସ୍ଥିତି ଆସନ୍ତା ୨ ଦିନ ଧରି ଜାରି ରହିବ ବୋଲି ପାଣିପାଗ ଵିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ. ଆର ବିଶ୍ୱାସ କହିଛନ୍ତି ।