Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଯୋଜନା

ପୁରୀ- ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବା ନେଇ ସରକାର ଚିନ୍ତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହାଦ୍ୱାରା ଡ୍ରୋନ କେଉଁଠୁ ଆସୁଛି ତାହା ଉଚ୍ଚତାରୁ ନିରୀକ୍ଷଣ କରିହେବ। ଗର୍ଭଗୃହ ଫଟୋ ଭାଇରାଲ ଘଟଣାର ତଦନ୍ତ ଚାଲିଛି। ଯିଏ ବି ଏହା କରିଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାରି ଦୁଆରରେ ସିସିଟିଭି ଜରିଆରେ କଡ଼ା ଯାଞ୍ଚ କରାଯାଉଛି ବୋଲି ଆଇନ ମନ୍ତ୍ରୀ ପ୍ରକାଶ କରିଛନ୍ତି।