ଓଡ଼ିଶା

ଭୀମସାରରେ ୨୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କଠାରେ ଭାରିଆଣ୍ଟ ଚିହ୍ନଟ

ବୁର୍ଲା ଭିମସାର ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ଘଟଣାରେ ଆସିଲା ଜେନମ୍ ସିକ୍ୱେନ୍ସିଂ ରିପୋର୍ଟ ।

ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୧ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ହେଲା ଜେନମ୍ ସିକ୍ୱେନ୍ସିଂ ପରୀକ୍ଷା । ଯେଉଁଥିରେ ୨ ଜଣ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାଇରସ୍ ଚିହ୍ନଟ ହୋଇଥିବା ଜଣାପଡିଛି । ବାକି ୯ ଜଣଙ୍କ ଠାରେ ଡେଲ୍ଟାର ଅନ୍ୟାନ୍ୟ ଭାରିଆଣ୍ଟ ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏହାକୁ ନେଇ ଭୟ କରିବାର କୌଣସି କାରଣ ନଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଏଥିରୁ ସୁସ୍ଥ ମଧ୍ୟ ହୋଇସାରିଥିବା କର୍ତ୍ତୃପକ୍ଷ କହିଛନ୍ତି ।

ତେବେ ଡେଲ୍ଟା ପୁରୁଣା ଭେରିଆଣ୍ଟ ହୋଇଥିବା ବେଳେ ସଂକ୍ରମିତ ଛାତ୍ରଛାତ୍ରୀ ଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ତେବେ ବର୍ତମାନ ଓମିକ୍ରନକୁ ନେଇ ଯେଉଁ ପ୍ରକାର ଚର୍ଚା ଲାଗିରହିଛି ସଂକ୍ରମିତ ଛାତ୍ରଛାତ୍ରୀଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ନଥିବାରୁ ଏହା ଭିମସାର ପାଇଁ ଅଶ୍ୱସ୍ଥି ଆଣିଥିବା ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ଚର୍ଚା ହେଉଛି ।

Show More

Related Articles

Back to top button