Breaking PLUSଓଡ଼ିଶାମୁଖ୍ୟ ଖବର

ଭୋଟର ତାଲିକା ସଂଶୋଧନ – ଡିସେମ୍ବର ୯ ଶେଷ ତାରିଖ

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲୁ ରହିବ। ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ନୂତନ ଭୋଟର ଭାବେ ପଞ୍ଜୀକରଣ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ନଭେମ୍ବର ୫, ୧୧, ୧୯ ଏବଂ ୨୫ ତାରିଖରେ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଦିବସ ଗୁଡ଼ିକରେ ଯଦି କୌଣସି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଭୋଟର ତାଲିକାରେ ଯୋଗ କିମ୍ବା ଭୋଟର ତାଲିକାରୁ ବାଦ ହେବା ନିମନ୍ତେ ନିର୍ଦ୍ଧାରିତ ଫର୍ମ ଦାଖଲ କରିନାହାନ୍ତି, ତା’ହେଲେ ସେମାନେ ଡିସେମ୍ବର ୯ ସୁଦ୍ଧା ଅନ୍‌ଲାଇନ୍ ମାଧ୍ୟମରେ (voters.eci.gov.in), ଭୋଟର ସହାୟତା ଆପ୍ ଦ୍ବାରା କିମ୍ବା ସମ୍ପୃକ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧ୍ୟକାରୀ ଶ୍ରୀ ଧଳ ଜନସାଧାରଣ କହିଛନ୍ତି।

Show More

Related Articles

Back to top button