ରେସଲିଙ୍ଗ ୱାର୍ଲ୍ଡ ଚାମ୍ପିଅନସିପ’ରେ ମେଡାଲ ଜିତି ପୁଣି ଦେଶ ପାଇଁ ଗୌରବ ଆଣିଲେ ବିନେଶ ଫୋଗାଟ୍

ରେସଲିଙ୍ଗ ୱାର୍ଲ୍ଡ ଚାମ୍ପିଅନସିପ’ରେ ମେଡାଲ ଜିତି ପୁଣି ଦେଶ ପାଇଁ ଗୌରବ ଆଣିଲେ ବିନେଶ ଫୋଗାଟ୍ । ଦେଶର ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ୨ ଥର ବ୍ରୋଞ୍ଜ ମେଡାଲ ଜିତି ଇତିହାସ ରଚିଛନ୍ତି ।
ପ୍ରଥମ ମ୍ୟାଚରେ ମୋଙ୍ଗୋଲିଆର ଖୁଲାନ ବତଖୁୟାଗଙ୍କୁ ହରାଇଥିଲେ ବିନେଶ । ଏହା ପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ପ୍ରଥମେ ୨୦୧୮ ଏସିଆନ୍ ଗେମ୍ସର ରୌପ୍ୟ ପଦକ ବିଜେତା କାଜାଖସ୍ତାନର ଜୁଲଡିଜ୍ ଏଶିମୋଭଙ୍କୁ ୪-୦ ବ୍ୟବଧାନରେ ପରାସ୍ତ କରିଥିଲେ । ସେହିପରି ପରବର୍ତ୍ତୀ ମ୍ୟାଚରେ ସେ ଆଜେରବାଇଜାନର ଲେଲା ଗୁରୁବାନୋଭାଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ମ୍ୟାଚ ଜିତିଥିଲେ ।
ଏହାପୂର୍ବରୁ ବିନେଶ ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଇଭେଣ୍ଟ ଇତିହାସରେ ପଦକ ଜିତିବା ପାଇଁ ବବିତା କୁମାରୀ, ଗୀତା ଫୋଗାଟ, ପୂଜା ଚାନ୍ଦା, ଅଂଶୁ ମଲ୍ଲିକ, ଅଲକା ତୋମାର ଏବଂ ସରିତା ମୋର୍ ଅନ୍ୟ ଭାରତୀୟ ମହିଳା କୁସ୍ତି ଖେଳାଳି ଅଟନ୍ତି।
ସୂଚନା ଯୋଗ୍ୟ ବଜରଙ୍ଗ ପୁନିଆ ହେଉଛନ୍ତି ଏକମାତ୍ର ଭାରତୀୟ ରେସଲର ଯିଏକି ବିଶ୍ୱ ଚାମ୍ପିଅନସିପରେ ତିନୋଟି ପଦକ ଜିତିଛନ୍ତି। ବଜରଙ୍ଗ ୨୦୧୩ ଏବଂ ୨୦୧୯ ରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ସେ ୨୦୧୮ ରେ ରୌପ୍ୟ ଜିତିଥିଲେ।