Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ରେଡ୍

ଭୁବନେଶ୍ୱର, 19 ଡିସେମ୍ବର – ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି । ସେହିପରି କନିଷ୍ଠ କିରାଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ରେଡ୍ ଚାଲିଛି । ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜର ୯ଟି ସ୍ଥାନରେ ଚଢାଉ କରାଯାଇଛି । ସେପ୍ଟେମ୍ବରରେ ଉଭୟଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ । ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିଲେ ।
ଏହି ଚଢାଉରେ 6ଜଣ ଡିଏସପି, 9ଜଣ ଇନସପେକ୍ଟର, 6ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ବନ୍ଦିତାଙ୍କର 6ଟି ଠିକଣା ଓ ଲକ୍ଷ୍ନୀ ନାରାୟଣଙ୍କର 3ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ।

Show More

Related Articles

Back to top button