Breaking PLUSଓଡ଼ିଶାମୁଖ୍ୟ ଖବର
ବେଲପାହାଡ଼ ପୌରପରିଷଦରେ ଭିଜିଲାନ୍ସ ଚଢାଉ

ବେଲପାହାଡ଼ ପୌରପରିଷଦରେ ଭିଜିଲାନ୍ସ ଚଢାଉ । ଆଜି ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି କଳାବତି ବାଗଙ୍କ ନେତୃତ୍ବରେ ୪ଜଣିଆ ଟିମ୍ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍ ପରେ ବେଲପାହାଡ଼ ମ୍ୟୁନିସିପାଲଟିରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଛି। ହେରଫେର୍ କରିଥିବା ଅଧିକାରୀଙ୍କଠାରୁ ଟଙ୍କା ରିକଭରି କରିବା ପାଇଁ ସରକାରୀ ନିର୍ଦ୍ଦେଶ ଆସିବା ପରେ ଏହି ଘଟଣାକୁ ନେଇ ଏବେ ମ୍ୟୁନିସିପାଲଟିରେ ତମ୍ଭିତୋଫାନ ହୋଇଛି। ବିଶେଷକରି କରୋନା ମହାମାରୀ ସମୟରେ ମ୍ୟୁନିସିପାଲଟିରେ ଦିନିକିଆ ପାରିଶ୍ରମିକରେ କାମ କରୁଥିବା ୩ ଜଣ କର୍ମଚାରୀ ହିଁ ପ୍ରାୟ ୭୨ ଲକ୍ଷ ଟଙ୍କାରୁ ଅଗ୍ରୀମ ଉଠାଇ ନେଇଥିବା ବେଳେ ସେବାବଦ କୌଣସି ବିଲ୍ ଦାଖଲ କରିନାହାନ୍ତି କି ଉକ୍ତ ଅଗ୍ରୀମ ଟଙ୍କା ଭରଣା ମଧ୍ୟ କରିନାହାନ୍ତି। ଯାହା ସ୍ବତନ୍ତ୍ର ଅଡିଟ୍ ସମୟରେ ଧରାପଡ଼ିଛି।