Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଇ ପୋଲିସ ବାବୁ ଗିରଫ

ଭୁବନେଶ୍ୱର- ଲାଞ୍ଚ ନେଇ ଫସିଗଲେ ପୋଲିସ ବାବୁ । ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ଷ୍ଟେସନର ସବ୍ ଇନସପେକ୍ଟର ବିକ୍ରମ କୁମାର ଦେହୁରୀ 15ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଏକ ଜବତ ବାଇକ ଛାଡିବା ପାଇଁ ସେ ଫୋନ୍ ପେ ଜରିଆରେ 15 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।
ଜବତ ହୋଇଥିବା ବାଇକକୁ ଛାଡିବାକୁ ବାଉଁଶୁଣି ପୋଲିସ ଷ୍ଟେସନର ଥାନା ଅଧିକାରୀଙ୍କୁ ବୌଦ୍ଧର ସେସନ୍ସ ଜଜ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ବାଇକ ମୁକୁଳାଇବାକୁ ଏସଆଇ ଅଭିଯୋଗକାରୀଙ୍କୁ 15ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଅଭିଯୋଗକାରୀ ଏସଆଇ ଦେହୁରୀଙ୍କ ଫୋନ୍ ପେ ଆକାଉଣ୍ଟରେ ଟଙ୍କା ଜମା କରିଥିଲେ । ଟଙ୍କା ଜମା ହେବା ପରେ ଭିଜିଲାନ୍ସ ଟିମ ଏସଆଇଙ୍କୁ କାବୁ କରିଛି । ଭିଜିଲାନ୍ସ ଜାଲରେ ଫସିବା ପରେ ବିକ୍ରମ ଦେହୁରୀଙ୍କ ରେଷ୍ଟ ରୁମ୍ ସହିତ ପୁରୁଣାକଟକ ରଥସାହି ସ୍ଥିତ ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Show More

Related Articles

Back to top button