Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ : ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଗଲେ ଏସଡିପିଓ । ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକଙ୍କୁ ମାଡ଼ି ବସିଲା କଟକ ଭିଜିଲାନ୍ସ ଟିମ୍ । ହିନ୍ଦୋଳ ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି ମାଲିକଙ୍କଠାରୁ କାରନ୍ଦା ଛକ ନିକଟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ। ପଥର ପରିବହନ ସମୟରେ ଗାଡିଗୁଡ଼ିକୁ ପାସ୍‌ କରାଇଦେବା ପାଇଁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡିବସିଛି ଭିଜିଲାନ୍ସ । ଏ ନେଇ ଦୁଃଖବନ୍ଧୁ କହିଛନ୍ତି, ଗାଡ଼ିର ସମସ୍ତ କାଗଜପତ୍ର ଓ ଅନୁମତି ଥିବା ସତ୍ତ୍ୱେ ଏସଡିପିଓ ମଳୟ ନାୟକ ବାରମ୍ବାର ଧମକ ଦେବା ସହ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଯୋଜନା ମୁତାବକ ଟଙ୍କା ନେବା ନିମନ୍ତେ ସେ କାରନ୍ଦା ଛକକୁ ଆସିଥିଲେ। ପୂର୍ବ ଯୋଜନା ମୁତାବକ ଏହି ସମୟରେ ସେଠାରେ ଭିଜିଲାନ୍ସ ବିଭାଗ ଅଧିକାରୀ ଛକି ରହିଥିଲେ। ଏସଡିପିଓ ଲାଞ୍ଚ ଟଙ୍କା ନେବା ବେଳେ ସିଧାସଳଖ ଭାବେ ମାଡି ବସିଲେ ଏସଡିପିଓ । ଭିଜିଲାନ୍ସ ବିଭାଗ ତାଙ୍କୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ।

 

Show More

Related Articles

Back to top button