Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ରାଜସ୍ଥାନରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ଉପରାଷ୍ଟ୍ରପତି

ଝୁଝୁନୁ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ତାଙ୍କ ପତ୍ନୀ ସୁଦେଶ ଧନଖଡ ରବିବାର ଦିନ ରାଜସ୍ଥାନର ଝୁଝୁନ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ସେ ଲୋହାର୍ଗଲ ସୂର୍ଯ୍ୟମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପରେ ପରେ ସେ ହେଲିକପ୍ଟର ଯୋଗେ ଝୁଝୁନ ଏୟାରପୋର୍ଟ ଯାଇଥିଲେ । ପରେ ସଡକ ମାର୍ଗରେ ରାଣୀ ସତୀ ମନ୍ଦିର ଯାଇଥିଲେ । ସେଠାରେ ଦର୍ଶନ କରିବା ପରେ ସୈନିକ ସ୍କୁଲ ଯାଇ ଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।
ଉପରାଷ୍ଟ୍ରପତି ଧନଖଡ ଲୋହାର୍ଗଲ ସୂର୍ଯ୍ୟ ମନ୍ଦିରରେ ପୂଜର୍ଚ୍ଚନା କରିବା ପରେ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ସେ ଲେଖିଛନ୍ତି ସୂର୍ଯ୍ୟଦେବଙ୍କୁ ନମସ୍କାର । ଲୋହାର୍ଗଲ ଧାମରେ ଥିବା ଶ୍ରୀ ସୂର୍ଯ୍ୟମନ୍ଦିର ଦର୍ଶନ କରି ମୁଁ ଧନ୍ୟ ହୋଇଗଲି । ଭଗବାନ ସୂର୍ଯ୍ୟଦେବ ସମସ୍ତ ଲୋକର ଉର୍ଜାର ସ୍ରୋତ ଅଟନ୍ତି । ଜୀବନର ଆଧାର, ଜଗତ ପ୍ରକାଶର ସ୍ତମ୍ଭ ଅଟନ୍ତି । ସମସ୍ତେ ପ୍ରସନ୍ନ ରୁହନ୍ତୁ, ସମ୍ପନ୍ନ ରୁହନ୍ତୁ, ଉର୍ଜାବାନ ହୁଅନ୍ତୁ, ଦେଶର ପ୍ରତିଦିନ ନୂଆ କୀର୍ତ୍ତି ସୃଷ୍ଟି ହେଉ । ଏହାହିଁ ସୂର୍ଯ୍ୟଦେବଙ୍କ ନିକଟରେ ପ୍ରାର୍ଥନା ବୋଲି ଟ୍ୱିଟ କରିଛନ୍ତି ଧନଖଡ ।

Show More

Related Articles

Back to top button