ଓଡ଼ିଶାଦେଶ ବିଦେଶବାଣିଜ୍ୟ

ଖୁବ ଶୀଘ୍ର କିଲୋ ପ୍ରତି ୩୦ଟଙ୍କାରେ ମିଳିବ ପିଆଜ

ଖୁବ ଶୀଘ୍ର ବଜାରରେ ପିଆଜ ଦର ହ୍ରାସ ପାଇବ। NAFED ଏଥିପାଇଁ ଯୋଜନା କରୁଛି

NAFED ନିର୍ଦେଶକ ଅଶୋକ ଠାକୁର କହିଛନ୍ତି ଯେ ଆଗାମୀ ୧୦ ଦିନରେ ରାଜସ୍ଥାନରୁ ମଧ୍ୟ ପିଆଜ ଆମଦାନୀ କରିବାକୁ ଯୋଜନା କରାଯାଉଛି। ଏହାପରେ ପିଆଜ ଦର ହ୍ରାସ ପାଇବ। ଅପରପକ୍ଷରେ NAFED ନିଜ ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବା ଆରମ୍ଭ କରିଛି। ସଫଳ ଷ୍ଟୋରରେ ମଧ୍ୟ ଶସ୍ତା ପିଆଜ ବିକ୍ରି କରାଯାଉଛି। NAFED ନିର୍ଦେଶକ କହିଛନ୍ତି ଯେ ପିଆଜ ଫସଲ ନଷ୍ଟ ହୋଇଯାଇଥିବାରୁ ପିଆଜ ଦର ବୃଦ୍ଧି ପାଇଥିବା ଜଣାପଡିଛି। ଖୁବ ଶୀଘ୍ର ପିଆଜ କିଲୋ ୨୧ ଟଙ୍କାରେ ଅନ୍ୟ ରାଜ୍ୟମାନଙ୍କୁ ପଠାଯିବ ବୋଲି ସେ କହିଛନ୍ତି। ଏହାପରେ ଟ୍ରାନ୍ସପୋର୍ଟ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ରାଜ୍ୟଗୁଡିକ ନିଜ ହିସାବରେ ମୂଲ୍ୟ ନିର୍ଧାରଣ କରି ପିଆଜ ବିକ୍ରି କରିପାରିବେ। NAFED ରୁ ପିଆଜ କିଲୋ ପ୍ରତି ୨୧ ଟଙ୍କାରେ କିଣି ରାଜ୍ୟ ୩୦ ଟଙ୍କାରେ ବିକ୍ରି କରିପାରିବ।

ଦିଲ୍ଲୀ ସଫଳ ଷ୍ଟୋରରେ ପିଆଜ କିଲୋ ରାତି ୨୮ ଟଙ୍କାରେ ବିକ୍ରି ହେଉଛି ବୋଲି ସେ କହିଛନ୍ତି।କେନ୍ଦ୍ର ସରକାରଙ୍କ ପାଖରେ ବଫର ଷ୍ଟକରେ କେବଳ ୨୫ ହଜାର ଟନ ପିଆଜ ଅଛି ଯାହା ନଭେମ୍ବର ପ୍ରଥମ ସପ୍ତାହ ଯାଏଁ ଶେଷ ହୋଇଯିବ। NAFED ର ପ୍ରବନ୍ଧ ନିର୍ଦେଶକ ସଂଜୀବ କୁମାର ଚଡ୍ଢା ଶୁକ୍ରବାର ଦିନ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଗତ କିଛି ସପ୍ତାହ ହେଲା ପିଆଜ ଦର କିଲୋ ପ୍ରତି ୭୫ ଟଙ୍କା ହୋଇଛି। ପିଆଜ ବଫର ଷ୍ଟକକୁ NAFED କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ ଓ ପ୍ରବନ୍ଧନ କରିଥାଏ ଯେପରି ଆବଶ୍ୟକ ପଡିଲେ ବ୍ୟବହାର କରାଯାଇପାରିବ। ଚଳିତ ବର୍ଷ NAFED ବଫର ଷ୍ଟକ ପାଇଁ ଏକ ଲକ୍ଷ ଟନ ପିଆଜ ସରକାରୀ ସ୍ଥରରେ କିଣିଥିଲା। ବର୍ତ୍ତମାନ ବୃଦ୍ଧି ପାଉଥିବା ପିଆଜ ଦର ଉପରେ ଲଗାମ ଲଗାଇବାକୁ ଏହାକୁ ବ୍ୟବହାର କରାଯାଉଛି।

Show More

Related Articles

Back to top button