Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ହିନ୍ଦୀ ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ

ହିନ୍ଦୀ ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ ହୋଇଛି। ଗତକାଲି ରାତି ୮ଟା ବେଳେ ମାତ୍ର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅନୁପମ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ କାମ କରୁନଥିବାରୁ ସେ ଗତ ୬ ଦିନ ହେଲା ଲାଇଫ ଲାଇନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

ହିନ୍ଦୀ ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ ହୋଇଛି। ଗତକାଲି ରାତି ୮ଟା ବେଳେ ମାତ୍ର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅନୁପମ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ କାମ କରୁନଥିବାରୁ ସେ ଗତ ୬ ଦିନ ହେଲା ଲାଇଫ ଲାଇନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

ଅନୁପମ ନିକଟରେ ଲୋକପ୍ରିୟ ହିନ୍ଦୀ ଧାରାବାହିକ ମନ କି ଆୱାଜ୍ ପ୍ରତିଜ୍ଞା ୨ରେ ନଜର ଆସିଥିଲେ। ଏଥିରେ ସେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରୁଥିଲେ। ତା ସହିତ ଅନୁପମ ଅନେକ ହିନ୍ଦୀ ଫିଲ୍ମ ଯଥା-ସ୍ଲମଡଗ ମିଲିୟୋନୟାର, ବଣ୍ଡିଡ କ୍ୱିନ, ଦିଲ୍‌ ସେ, ଲଗାନ ଏବଂ ହଜାରୋ ଖ୍ୱାଇସେ ଐସୀରେ ସେ ଅଭିନୟ କରିଛନ୍ତି।

ଅନୁପମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ। ତାଙ୍କ ବିୟୋଗ ସମ୍ପର୍କରେ ସୂଚନା ଦେଇ ଅଶୋକ ଟ୍ୱିଟ୍ କରି ଲେଖିଛନ୍ତି ” ଶରୀର ବିଭିନ୍ନ ଅଙ୍ଗ କାମ କରୁନିଥିବାରୁ ସବୁଠାରୁ ଭଲ ଅଭିନେତାଙ୍କ ମଧ୍ୟରେ ଜଣେ ଏବଂ ଜଣେ ଭଲ ମଣିଷ ଅନୁପମ ଶ୍ୟାମଙ୍କର ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି।”

ଅଭିନେତା ମନୋଜ ଜୋଷୀ ମଧ୍ୟ ଅନୁପମଙ୍କ ବିୟୋଗରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ” ମୋର ବନ୍ଧୁ ଓ ଜଣେ ପ୍ରତିଭାବାନ ଅଭିନେତା ଅନୁପମ ଶ୍ୟାଙ୍କ ଜୀଙ୍କର ବିୟୋଗ ଖବର ଶୁଣି ମୁଁ ଦୁଖିତ। ଆମେ ଜଣେ ଭଲ ମଣିଷକୁ ହରାଇଲୁ। ତାଙ୍କ ପରିବାର ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଓମ ଶାନ୍ତି। ”

ଗତବର୍ଷ ଜୁଲାଇ ମାସରେ ଡାଏଲିସି ସମୟରେ ହଠାତ ସେ ଚେତା ହରାଇବାରୁ ତାଙ୍କୁ ଲାଇଫ୍‌ ଲାଇନ୍ ହସ୍‌ପିଟଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରତିଜ୍ଞା-୨ ଅଭିନୟ କରୁଥିବା ସମୟରେ ତାଙ୍କର ସପ୍ତାହରେ ତିନି ଥର ଡାଇଲେସିସ୍ ହୋଇଥିଲା।

Show More

Related Articles

Back to top button