Breaking PLUSଦେଶମୁଖ୍ୟ ଖବର
ସମାନ ନାଗରିକ ସଂହିତା ଲାଗୁ କଲେ ଉତରାଖଣ୍ଡ

ବହୁ ପ୍ରତୀକ୍ଷିତ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ଲାଗୁ କରିଛି ଉତ୍ତରାଖଣ୍ଡ। ସୋମବାର ଏହା ଲାଗୁ ହୋଇଥିବାବେଳେ ଏ କ୍ଷେତ୍ରରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ପାଲଟିଛି। ଏହା ଲାଗୁ ହେବା ପରେ ରାଜ୍ୟରେ ବିବାହ, ଲିଭ-ଇନ-ରିଲେସନଶିପ, ସମ୍ପତ୍ତି ଏବଂ ବହୁବିବାହ ପ୍ରସଙ୍ଗ ଆଦି ଉପରେ କଟକଣା ରହିବ। ଅର୍ଥାତ ଏଣିକି ବିବାହ ପାଇଁ ପଞ୍ଜୀକରଣ କରିବାକୁ ହେବ। ସମସ୍ତ ଧର୍ମ ଲାଗି ଛାଡ଼ପତ୍ର ଆଇନ ସମାନ ହେବ। ବହୁବିବାହ ଏବଂ ହଲାଲା ଭଳି ପ୍ରଥା ବନ୍ଦ ହେବ।